ଶିକ୍ଷାର ଯୁଗାଂତର
ଓଡ଼ିଆ ସାହିତ୍ୟ
ଶିକ୍ଷାରୁ ପେସା ନେଲେ କାଢ଼ି
ଶିଶୁ ପାରିବ ସୁଖେ ବଢ଼ି
ଦେଖି ଶୁଣି ଓ ଲେଖି ପଢ଼ି
ସଂସ୍କୃତି ସହ ହେବ ଯୋଡ଼ି
ହେବ ସେ ସ୍ବାଧୀନ ମଣିଷ
ସହିବନାହିଁ ଉପହାସ
ପାଇବ ଶିକ୍ଷକଂକ ସେବା
ହେବନି ଟଂକା ଦେବାନେବା
ବଢ଼ିଲେ ଶିକ୍ଷାରେ ସ୍ବଚ୍ଛତା
ବଢ଼ିବ ଶିଶୁର ଦକ୍ଷତା
ସର୍ବେ ପାଇବେ ନିରାପତ୍ତା
ହେବେନି ଅଯଥା ହୀନସ୍ତା
ଶିଶୁର ମନେ ଥାଏ ଜ୍ଞାନ
ଶୁଣେ କାନ ଓ ବୁଝେ ମନ
କରେ ସେ କଥୋପକଥନ
ଏହି ଜ୍ଞାନକୁ ମିଳୁ ମାନ
କେବଳ ପଠନ ଲିଖନ
ଭଳିଆ କୌଶଳ ଅର୍ଜନ
କରୁ ସେ ବିଦ୍ୟାଳୟେ ବସି
ଅନ୍ୟ ଶିଶୁଂକ ସହ ମିଶି
ସ୍ଥାନୀୟ ଭାଷା ରୀତି ନୀତି
ନିମଂତେ ବଢ଼ିଲେ ତା ପ୍ରୀତି
ଦେଶ, ବିଶ୍ବର ପରିଚୟ
ପାଇବ ଦେଇ ଧ୍ୟାନ,ଲୟ
ଜୀବନ ପାଇଁ କରୁ ଶିକ୍ଷା
ହେଉ କି ନ ହେଉ ପରୀଷା
ପାଉ ବା ନ ପାଉ ଉପାଧି
ଆତ୍ମବିଶ୍ୱାସ ହେଉ ବୃଦ୍ଧି
ବଡ଼ମାନଂକ ମନୋଭାବ
ଉଦ୍ଦେଶ୍ଯ, ଲକ୍ଷ୍ୟ ଓ ସ୍ବଭାବ
ବଦଳିଗଲେ ଏବେ ଆଗ
ଶିଶୁଂକୁ ମିଳିବ ସୁଯୋଗ
ଆମେ ହୋଇବା ସହଯୋଗୀ
ଏପରି ଯୁଗାଂତର ଲାଗି